ଆଜିକୁ ପ୍ରାୟ ୧୭/୧୮ ବର୍ଷ ତଳ ର କଥା,, ମୁଁ ବରଯାତ୍ରୀ ରେ ଯାଇଥାଏ,, ଗଣିଆ ପାଖ ସିଧାମଳା ଗ୍ରାମର ଗୋକୁଳାନନ୍ଦ ଠାକୁର ଙ୍କ ପୀଠ ରେ ବିବାହ ର ଆୟୋଜନ ଥାଏ,, ମହାନଦୀ ର ଅବବାହିକା ରେ ଅତି ମନୋରମ ସ୍ଥାନ ଥରେ ସେ ଜାଗାକୁ ଗଲେ ଆସିବା ପାଇଁ ମନ ହୁଏନା,, ବ୍ରାହ୍ମଣ ଘର ଦିନ ଵିଵାହ,,ସମୟ ପ୍ରାୟ ଦିନ ୧୧ ଟା ହେବ ସେଠାରେ ଆମେ ସବୁ ପହଞ୍ଚିଲୁ,, ଲେମ୍ବୁ ପାଣି ସର୍ବତ ଆମକୁ ଦିଆଗଲା,, ମୁଁ ଲକ୍ଷ୍ୟ କଲି ଆମ ଭିତରୁ କିଛି ବର ଯାତ୍ରୀ ଲେମ୍ବୁପାଣି ଦେଖି ଭୃକୁଞ୍ଚନ କଲେ, ମନ ଭିତରେ କିଏ କେତେ କଥା ଭାବିଥିଲେ,, କିନ୍ତୁ,,,, ଏ କଣ ବର ଯାତ୍ରୀ ମାନଙ୍କୁ କଣ ଲେମ୍ବୁ ପାଣି ରେ,,, କିଛି ସମୟ ପରେ ଜଳଖିଆ ପୁଡିଆ ଗୋଟେ ଗୋଟେ ଧରେଇ ଦିଆ ଗଲା,,, ସେପଟେ ବିଭାଘର ଆୟୋଜନ ଚାଲିଥାଏ, ବେଦୀ ପାଖକୁ ଗଲି ବ୍ରାହ୍ମଣ ମନ୍ତ୍ର ଉଚ୍ଚାରଣ କରୁଥାନ୍ତି,, ସବୁ ଅବସ୍ଥା ଓ ବ୍ୟବସ୍ଥା ଦେଖି ଠଉରାଇ ନେଲି ଯେ କନ୍ୟା ପକ୍ଷ ଅତ୍ୟନ୍ତ ଗରିବ ବୋଲି,,ବେଦୀ ପାଖରେ ବସିଥାଏ,ପ୍ରାୟ ଦୁଇଟା ସମୟ ହେବ ବର ଯାତ୍ରୀ ଙ୍କୁ ଭୋଜନ ପାଇଁ ଡକା ଗଲା,, ଧାଡ଼ି ହେଇ ଆସନ ଉପରେ ବସିଗଲୁ ସମସ୍ତେ।କଦଳୀ ପତ୍ର ପଡିଲା ଓ ପରସା ଗଲା,, ଅରୁଆ ଭାତ, ଡାଲମା, ଶାଗ, ଖଟା,, ପରସୁଣି ପରସି ଦେଇ ଚାଲିଗଲେ କିଛି ସମୟ ବିତି ଗଲା ଆମେ ମାନେ ଚାହିଁ ଥାଉ ଆଉ ବୋଧେ କିଛି ଆସିବ ବୋଲି,,ଡେରି ହେଉଥାଏ ଆମ ଭିତରେ ଥିବା କିଛି ଲୋକ ଇଆଡୁ ସିଆଡୁ କଥା କହିବା ଆରମ୍ଭ କରିଦେଲେ ,,ବର ପିତା ଆସି ସମସ୍ତ ଙ୍କୁ ଧର୍ଯ୍ୟ ରଖିବା ପାଇଁ କହି ରୋଷ ସାଳା କୁ ଗଲେ,, ସେତିକି ବେଳେ ଜଣେ ବୃଦ୍ଧ ଆସି ସମସ୍ତଙ୍କ ପାଖ ରେ ଉପସ୍ଥିତ ହେଲେ ଧୋତି ସାଙ୍ଗକୁ ଗଞ୍ଜି ଓ ବେକ ରେ ଗୋଟେ ଗାମୁଛା ଗଞ୍ଜୀ ର କଣା ଗୁଡ଼ିକ ଜଣା ପଡି ଯାଉଥାଏ,,ହାତ ଯୋଡ଼ି ଆଣ୍ଠୁ ପକେଇ ସମସ୍ତଙ୍କୁ ଥର ଥର କଣ୍ଠ ରେ କହିଲେ,,ମୁଁ କନ୍ୟା ପିତା,, ମୁଁ ବହୁତ ଗରିବ ଦୁଇ ଓଳି ଦୁଇ ମୁଠା ଖାଦ୍ୟ ଯୋଗାଡ କରିବା ମୋ ପାଇଁ କଠିନ ହେଇ ପଡେ,, ଭିକ୍ଷା ବୃତ୍ତି କରି ପରିବାର ପ୍ରତିପୋଷଣ କରେ,, ସମସ୍ତ ଙ୍କୁ ମାଗି ଯାହା ମିଳିଲା ସେଥିରେ ମୁଁ ମୋ ଝିଅ ର ବିବାହ କାର୍ଯ୍ୟ କାରୁଛି ଏତିକି କହୁ କହୁ ଭୋ କିନା କାନ୍ଦି ପକେଇଲେ କନ୍ୟା ର ବାପ,, ଆପଣ ମାନେ ମୋ ପାଇଁ ଭଗବାନ ମୁଁ ନିଶ୍ୱ କିଛି ନାହିଁ ମୋ ପାଖରେ ହେ ଭଗବାନ ମାନେ ପ୍ରସାଦ ଭାବି ଆପଣ ମାନେ ଅନ୍ନ ଗ୍ରହଣ କରି ସନ୍ତୁଷ୍ଟ ହୁଅନ୍ତୁ ଓ ମୋ କନ୍ୟା କୁ ଆଶିର୍ବାଦ ପ୍ରଦାନ କରନ୍ତୁ,, ସମସ୍ତ ଙ୍କ ପାଟି ଚୁପ ହେଇଗଲା ମୁଁ ଦେଖିଲି ମୋ ଭଳି ସମସ୍ତ ଙ୍କ ଆଖିରେ ରେ ମୋ ପରି ଲୁହ ଜକେଇ ଥିଲା,,ସମସ୍ତେ ଖୁସି ହୋଇ ଖାଇଲେ ଦେଖିଲି କାହା ପତ୍ର ରେ କିଛି ବି ଖାଦ୍ୟ ବଞ୍ଚି ନଥିଲା,, ସତରେ ଏତେ ବାହାଘର କୁ ଯାଇଛି କିନ୍ତୁ ଏତେ ସମ୍ମାନ ଓ ଏତେ ଭାବାବେଗ କୋଉଠି ଦେଖିନି,,, କନ୍ୟା ବିଦା ସମୟ ରେ କନ୍ୟା ପକ୍ଷ ର ଲୋକ ସିନା କାନ୍ଦନ୍ତି କିନ୍ତୁ ଏଠାରେ ବର ପକ୍ଷ ର ସବୁ ଲୋକ କାନ୍ଦିବା ଏକ ବିରଳ ଦୃଶ୍ୟ,, ଯାହା ଆଜି ପର୍ଯ୍ୟନ୍ତ ମୋ ଭିତରେ ଜୀବନ୍ତ ହୋଇ ରହିଛି,, ଓ ସରା ଜୀବନ ରହିଥିବ।