ମହାପ୍ରଭୁ ହେ ନୀଳଗିରି ବିହାରୀ..
ଯୁଗ ଯୁଗକୁ ଲୀଳା କେତେ ତୁମ୍ଭରି..o
ସତ୍ୟରେ ମତ୍ସ୍ୟ ରୂପରେ ବେଦ ଉଦ୍ଧରି
ସ୍ତମ୍ଭରୁ ବାହାରି ହିରଣ୍ୟକୁ ବିଦାରି..
କୁମ୍ଭୀରର କବଳେ....କୁମ୍ଭୀ ପଡ଼ିଲା ଜଳେ
ଡାକିଲା କଞ୍ଜ ଟେକି ଉଦ୍ଧର ଚକାଡୋଳେ
ପେଶିଲ ରଥାଙ୍ଗକୁ ଆର୍ତ୍ତତ୍ରାଣ ସେକାଳେ
ଗ୍ରାହ ଗଳାକୁ ଦେଲଟି ଚିରି.......୧
କାଣ୍ଡ କୋଦଣ୍ଡ ଧାରଣ ଦୈତ୍ୟ ବଇରୀ..
ଦଣ୍ଡକା ବନରେ ମୁନି ମନକୁ ହରି..
ସେତୁ ବାନ୍ଧିଲେ 'କ'ର..... ବଧିଲ ନିଶାଚର
ମନ୍ଦୋଦରୀ ରମଣ ଦଶାସ୍ୟ ପ୍ରାଣହର
ଜନକଜା ଫେରାଇ ଆଣିଲ ସାକେତର..
କପି ତପୀ ପାପୀ ଦୁଃଖହାରି......୨
ଛଳିଆ କୁଳ ମୁକୁଟ ଗୋପ କୁମାରୀ..
ମାନଙ୍କ ମାନସ ମୋହି ବାଂଶରି ଧାରୀ..
ଜନମରୁ ପୂତନା...... -ସୁରି ହରି ଚେତନା..
ଅଘା ବକା ଶକଟା ପ୍ରାଣ ଘାତକ କାହ୍ନା..
ମଞ୍ଚରୁ ମାମୁଁ ମଲା ବିଲୋକି ଭୟେ ସିନା..
ଭଣି ପ୍ରଦୀପ ହରି ସୁମରି........୩
:::::::::::::::::::::::::::::::::::::::::::::::::::::::::::::::::::::::::::::::
ଶବ୍ଦାର୍ଥ: କୁମ୍ଭୀ- ହସ୍ତୀ, କଞ୍ଜ- ପଦ୍ମ, ରଥାଙ୍ଗ- ଚକ୍ର, ଆର୍ତ୍ତତ୍ରାଣ- ପ୍ରଭୁ ଜଗନ୍ନାଥ, ଗ୍ରାହ-କୁମ୍ଭୀର, ଗଳା-ବେକ, କାଣ୍ଡ କୋଦଣ୍ଡ- ଶର ଧନୁ, ଦୈତ୍ୟ ବଇରୀ- ଅସୁରଙ୍କ ଶତ୍ରୁ ପ୍ରଭୁ ଶ୍ରୀରାମ, କ - ଜଳ, ନିଶାଚର- ରାକ୍ଷସ, ମନ୍ଦୋଦରୀ ରମଣ ଦଶାସ୍ୟ- ରାବଣ, ଜନକଜା- ସୀତା, ସାକେତ-ଅଯୋଧ୍ୟା।