ବଲାଙ୍ଗୀର ର ପୂର୍ବ ପଟେ, ବରଗଡ ରାସ୍ତା ରେ ପଡିଥାଏ ଜୋଗିସର୍ଡା। ଯେଉଁଠି ବିରାଜମାନ କରିଛନ୍ତି ଜୀବନ୍ତ ଠାକୁର ପ୍ରଭୁ ଯୋଗେଶ୍ୱର ବାବା। ଏହି ପ୍ରସିଦ୍ଧ ଶୈବ ପୀଠ ବଲାଙ୍ଗିର ଠାରୁ 25 କିଲୋମିଟର ଦୂରରେ ଅବସ୍ଥିତ ଏହି ପୀଠ ଜୋଗେଶ୍ୱର ମନ୍ଦିର ଭାବେ ଖୁବ୍ ପ୍ରସିଦ୍ଧ | ବିଶ୍ବାସ କରାଯାଏ ଯେ ଯୋଗେଶ ମହାଦେବଙ୍କୁ ପୂଜା କରିବା ଦ୍ୱାରା ସମସ୍ତ ଇଚ୍ଛା ପୂରଣ ହୁଏ। ଯୋଗେଶ୍ୱର ମହାଦେବ ଲିଙ୍ଗ ଭାବରେ ଏଠି ସ୍ୱତଃ ପ୍ରବୃତ୍ତ ଭାବରେ ଜାଗ୍ରତ ହୋଇଥିଲେ ଯାହା ପାଇଁ ଏହା ଜୀବନ୍ତ ଭଗବାନ ଭାବରେ ଜଣାଶୁଣା | ପ୍ରଭୁ ଶିବ ଏବଂ ଦେବୀ ପାର୍ବତୀଙ୍କ ବିବାହ ମଧ୍ୟ ମହାନ ହର୍ଷ ଉଲ୍ଲାସ ଓ ଉତ୍ସାହ ର ସହିତ ପାଳନ କରାଯାଇଥାଏ ଏହି ଶୈବ ପୀଠ ରେ। ବିଶ୍ବାସ କରାଯାଏ ଯେ ବନବାସ ସମୟରେ ଭଗବତୀ ମାତା ସୀତା ଏଠି ପ୍ରଭୁ ଯୋଗେଶ୍ୱର ଭଗବାନ ଙ୍କ ଆରାଧନା କରିଥିଲେ। ପରମ ଶକ୍ତିଶାଳୀ ଏହି ପୀଠର ମାହାତ୍ମ୍ୟ ବହୁ ଦୂର ଦୂରନ୍ତ ରୁ ଭକ୍ତ ମାନଙ୍କୁ ଟାଣି ଆଣି ଥାଏ। ମହାଶିବରାତ୍ରୀ, ଶିବ ବିବାହ ଏହି ପୀଠର ପ୍ରସିଦ୍ଧ ପର୍ବ, ଯାହା ମହା ସମାରୋହରେ ପାଳନ କରାଯାଏ। ଜୀବନରେ ଥରେ ଏହି ଶକ୍ତି କେନ୍ଦ୍ର କୁ ନିଶ୍ଚିତ ଭାବେ ଦର୍ଶନ କରି ଜୀବନ କୁ ସାର୍ଥକ କରିବା। ଏହି ଶୈବ ପୀଠ କୁ ଆସିବା ପାଇଁ ବଲାଙ୍ଗିର ରୁ ବସ୍ ଯୋଗେ ଆସି ପାରିବା ଲୋଇସିଙ୍ଘା ବାଟ ଦେଇ ୨୫ କିଲୋମିଟର ଦୂର। ସୋନପୁର ପଟରୁ ଆସିଲେ ୪୦ କିଲୋମିଟର ଦୂର। ରେଳ ଯୋଗେ ଆସିଲେ ଲୋଇସିଂହା ଏବଂ ବଲାଙ୍ଗିର ରେଳ ଷ୍ଟେସନ ରେ ଓହ୍ଲାଇ ଆସି ପାରିବା।