କାଦଦାର ପଂଚାୟତ ଅନ୍ତର୍ଗତ ଲିଟିପାଲୀ ଗାଁ ର ଶ୍ରୀମାନ ଶଙ୍କର ବଢ଼େଇ ସମ୍ପୂର୍ଣ୍ଣ ଦେଶୀ ପଦ୍ଧତି ରେ ଗୋବର ଖତ ଏବଂ ଦେଶୀ ବିହନ ରୁ ଅନେକ ପରିବା ଅମଳ କରିଥାନ୍ତି । ଉତ୍ତମ ଜଳସେଚନ ର ବ୍ୟବସ୍ଥା ସହିତ ସୁନ୍ଦର ଶୈଳୀ ଦ୍ୱାରା ଅନେକ ସମୟରୁ ଦେଶୀ ପରିବା ଚାଷ କରି ଆଖ ପାଖ ଅଂଚଳରେ ବେଶ ଜଣାଶୁଣା। ପ୍ରତିବର୍ଷ ନିଜ ବାଡ଼ି ରୁ ଅନେକ ଦେଶୀ ପରିବା ଯାହା ସୁସ୍ୱାଦୁ ହେବା ସହିତ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବେଶ ଉପଯୋଗୀ । ଆଧୁନିକ କୀଟନାଶକ ଓ ରାସାୟନିକ ସାର ପ୍ରୟୋଗ ଦ୍ୱାରା ବିଭିନ୍ନ ରୋଗ ଓ ସ୍ୱାସ୍ଥ୍ୟ ପାଇଁ ବିଷାକ୍ତ ହେଉଥିବା ବେଳେ ସମ୍ପୂର୍ଣ୍ଣ ଦେଶୀ ପଦ୍ଧତି ରେ ହେଉଥିବା ପନିପରିବା ସ୍ୱାସ୍ଥ୍ୟ ପାଇଁ ବେଶ ହିତକର ହଳିଥାଏ । ସମସ୍ତ ପ୍ରକାରର ଅନୁଷ୍ଠାନ ସହିତ ଆଖପାଖ ଅଂଚଳର ବଜାର ରେ ଶ୍ରୀମାନ ବଢେଇଙ୍କ ବାଡ଼ି ରୁ ଅମଳ ହୋଇଥିବା ପନିପରିବା ର ଖୁବ ପ୍ରସଂଶା ହୋଇଥାଏ । ଆସନ୍ତୁ ବୁଲି ଯିବା ଶ୍ରୀମାନ ବଢେଇଙ୍କ ପରିବା ବାଡ଼ି କୁ ...
ଶ୍ରୀମାନ ଶଙ୍କର ବଢ଼େଇ
ଲିଟିପାଲୀ କାଦଦାର ବିରାମହରାଜପୁର ସୁବର୍ଣ୍ଣପୁର
ମୋ +୯୧-୯୮୬୧୦୭୯୮୦୯