ମାଟି ଆମ ମାଆ।ମାଟି ର ମହକ ତୃପ୍ତ କରେ ଆମକୁ। ମାଟିରେ ତିଆରି ବିଭିନ୍ନ ପ୍ରକାର ର ମନଲୋଭା ଦୀପ, ହାଣ୍ଡି, ମାଠିଆ, ଗମଲା, ଥାଳି ଆଦି ଅନେକ ଉପକରଣ ତିଆରି କରିଥାନ୍ତି ଶ୍ରୀମାନ୍ କୃଷ୍ଣଚନ୍ଦ୍ର ପ୍ରଜାପତି। ବଲାଙ୍ଗୀର ଋଷିକ୍ଷେତ୍ର ଅନ୍ତର୍ଗତ ବଙ୍ଗୋମୁଣ୍ଡା ଅଞ୍ଚଳର ଜଣେ ଜଣାଶୁଣା ବ୍ୟକ୍ତିତ୍ଵ ଶ୍ରୀମାନ୍ ପ୍ରଜାପତି ।ଅନେକ୍ ପ୍ରକାର ର ନୂଆ ନୂଆ ଉପକରଣ ତିଆରି କରି ରାଜ୍ଯ ତଥା ରାଜ୍ଯ ବାହାରେ ମଧ୍ୟ ଖୁବ ଲୋକପ୍ରିୟ ହୋଇପାରିଛନ୍ତି ସେ। ବଙ୍ଗୋମୁଣ୍ଡା ରୁ ରାଣୀପୁର ଝରିଆଲ ଯିବା ରାସ୍ତା ରେ ପଡିଥାଏ ତାଙ୍କ ଘର। ସେ ସ୍ନାତ୍ତକୋତର ଶିକ୍ଷା ସହିତ ଓକିଲାତି ଶିକ୍ଷା ମଧ୍ଯ ଗ୍ରହଣ କରିଛନ୍ତି। ଉଚ୍ଚ ଶିକ୍ଷିତ ହୋଇଥିବା ସତ୍ତ୍ୱେ ମଧ୍ୟ ନିଜ ସଂସ୍କୃତି, ପରମ୍ପରା କୁ ଭୁଲି ନାହାନ୍ତି ସେ। ସରକାରୀ ଚାକିରୀ ଅପେକ୍ଷା ନିଜସ୍ଵ କୌଳିକ ବ୍ୟବସାୟ କୁ ବିଶ୍ଵ ପ୍ରସିଦ୍ଧ କରିବା ଲକ୍ଷ୍ୟ ନେଇ ଆଗକୁ ବଢ଼ିଛନ୍ତି ଶ୍ରୀମାନ୍ ପ୍ରଜାପତି।