image
31-Oct-2021

ମାନସମନ୍ଥନ

ମେଘପାଣି, ପବନ, ଆଲୁଅ ସୁହାଏ ଯୁଆଡେ,
ଦିଗନ୍ତ ବିସ୍ତାରୀ ଖେଳେ ସବୁଜ ବନାନୀ ଆଭା,
ତ କୁଆଡେ ବୃଷ୍ଟିଛାୟା କେଵଲ ନୀରସ ମରୁବାଲି,
ମରୀଚିକା ପଛେ ବାୟା ତୃଷାର୍ତ୍ତ ପଥିକ,
ମୁଣ୍ଡଫଟା ଖରାବେଳେ ହୁଏ ବାଟବଣା।
ଅଭାବୀ ଦୁନିଆଁ ଦେଖେ ତ ଭାବର ଅଭାବ
ଚତୁର ବିଳାସ ଏଠି, ଦୁଃଖୀ ର ବିଳାପ
ଭଲମନ୍ଦ ବିଚାର ର ଚାଲେ ରସି ଟଣା,
ବୈଭବ ତ ସ୍ଵପ୍ନ, ଖାଲି ଗରଳ ଉଦ୍ଗାର,
ଚାଲେ ନିଜପର, ଆମତୁମ ଠିକ୍ ଭୂଲ, ଚର୍ଚ୍ଚା ର ସଂପାନ ମାନସମନ୍ଥନ।
ମାଟିରେ ବଞ୍ଚୁ ବଞ୍ଚୁ ମନିଷ ଟି, ଆକାଶ ଅପହଞ୍ଚ,
ଉଡ଼ିବା ର ଚେଷ୍ଟା ରେ ପୁଣି, ପାଦତଳୁ ମାଟି ଖସୁଥାଏ,
ନା ମାଟି ନା ସ୍ଵପ୍ନ ର ନୀନାଭ, ନା ଘର ର ନା ଘାଟ ର
ତ୍ରିଶଙ୍କୁ ସେ ନିରାଧାରା ହୁଏ।

ପ୍ରାଧ୍ୟାପକ ପଦାର୍ଥ ବିଜ୍ଞାନ ବିଭାଗ
ଦେବଗଡ଼ ମହାବିଦ୍ୟାଳୟ
ମୋ :- 9437739577